ଭିଜିଲାନ୍ସ ଜାଲରେ କୋଟିପତି କନେଷ୍ଟବଳ । ଚାକିରୀ ସିନା କନେଷ୍ଟବଳ ହେଲେ କୋଟି କୋଟି ସମ୍ପତ୍ତି ର ମାଲିକ କନେଷ୍ଟବଳ ପ୍ରସନ୍ନ ବେହେରା । ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ତିଆରି ହୋଇଛି ୨୫୦ ଏକର ଜାଗାରେ । ୨୦୧୯ରେ ୧ କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ କିଣିଥିଲେ । ବର୍ତମାନ ଏହାର ବଜାର ମୂଲ୍ୟ ଅଧିକ ହେବ । ସୋରୁମ ଓ ବେସମେଣ୍ଟ ୧୮ ହଜାର ସ୍ୱେୟାରଫୁଟ ଜାଗାରେ ରହିଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ । ସୋରୁମ୍ରେ ଥିବା ଫର୍ଣ୍ଣିଚରର ଆକଳନ କରାଯାଉଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ୫ ଜଣିଆ ଟିମ୍ । କଳ୍ପନା ଛକରେ ଥିବା କ୍ୱାଟର୍ସ , ଡୁମଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର , ଲିଙ୍ଗିପୁରରେ ଥିବା ଫର୍ଣ୍ଣିଚର ୱାର୍କ ସପ୍ , ପାତ୍ରପଡାର ସାଉଥ୍ ସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଥିବା ୨ମହଲା କୋଠାରେ ଚଢାଉ ହୋଇଛି । ପୂର୍ବରୁ କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ କରି ସାଉଥ ସିଟି ହୋଟେଲ ଓ ବାର୍ ଚଳାଇଥିବା ଅଭିଯୋଗରେ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଚାକିରୀରୁ ବହିଷ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here