ଭୁବନେଶ୍ୱରରେ ଆଜି ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୨ କ୍ୱାରେଣ୍ଟନରୁ ଚିହ୍ନଟ ହୋଇଥିବାବେଳେ ୧୯ ଲୋକାଲ କେସ୍ ରହିଛି । ଆଇଆରସି ଭିଲେଜ ଏନ-୬, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, କୋଳଥିଆ, ପାତ୍ରପଡା ଏମ୍ସନଗର, ପାଣ୍ଡରା ଜଗନ୍ନାଥ ନଗର, ଖଣ୍ଡଗିରି ତପବନ ଲେନ୍ ବସ୍ତି , ପୋଖରୀପୁଟ, ଡୁମଡୁମା ଫେଜ୍ ୫, ସହିଦ ନଗର ଇପିଏଫ କଲୋନୀ, ଶୈଳଶ୍ରୀବିହାର, ୟୁନିଟ୍‌-୩ ଖାରବେଳ ନଗର, ଲକ୍ଷ୍ମୀସାଗର ଓସ୍କାର ସିଟି, ବରମୁଣ୍ଡା ଶତାବ୍ଦି ନଗର, ପୋଖରୀପୁଟ କାଳୁନନ୍ଦ ନଗର, ଝାରପଡା, ଡୁମଡୁମା ଫେଜ-୨, ପ୍ରାଇଭେଟ ହସ୍ପିଟାଲରୁ ଜଣେ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କ୍ୱାରେଣ୍ଟିନ୍ ସେଣ୍ଟରରୁ ଆଜି ୭୨ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱରରେ ଥିବା ଏକ ଅଟାକଳର ୨୬ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । । ଆଇଆରସି ଭିଲେଜ ଗଜପତି ନଗର ବସ୍ତିରୁ ୧୪ ଆକ୍ରାନ୍ତ ଚିହ୍ନଟ । ରାଜମହଲ ଛକର ଏକ ନିର୍ମାଣ ସଂସ୍ଥାର ୯ କର୍ମଚାରୀ ପଜିଟିଭ୍ ଚିହ୍ନଟ । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଭୁବନେଶ୍ୱରରୁ ୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here