ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରୁ ବୁଲା କୁକୁର ହଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍.ବି. ଅଞ୍ଜରିଆଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ଶୁଣି ପରେ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ବେଳେ ଜଷ୍ଟିସ୍ ନାଥ କହିଛନ୍ତି, ସଂସଦରେ ଆଇନ୍ ହେଲେ ମଧ୍ୟ ସେର ପାଳନ ହେଉନାହିଁ, ଯାହାର ପରିଣତିରେ ମଣିଷ ଓ ପଶୁପ୍ରେମୀ—ଦୁଇପକ୍ଷରେ ସମସ୍ୟା ଦେଖାଦେଉଛି। କୋର୍ଟ ସମସ୍ତ ପକ୍ଷକୁ ସତ୍ୟପାଠ ଓ ପ୍ରମାଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନରାଲ ଦୁଷ୍ୟନ୍ତ ଦେବ କୋର୍ଟରେ କହିଛନ୍ତି, କିଛି ଲୋକ ଚିକେନ୍ ଓ ଅଣ୍ଡା ଖାଇବା ସତ୍ତ୍ବେ ନିଜକୁ ପଶୁପ୍ରେମୀ ବୋଲି ଦାବି କରନ୍ତି। କିନ୍ତୁ ବୁଲା କୁକୁରଙ୍କ ଆକ୍ରମଣରେ ଲୋକ ଆହତ ହେଉଛନ୍ତି, ଅନେକ ଶିଶୁଙ୍କ ଜୀବନ ଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନଙ୍କ ତଥ୍ୟ ଅନୁସାରେ, ପ୍ରତିବର୍ଷ କୁକୁର କାମୁଡ଼ାରେ ୩୦୫ ଜଣଙ୍କ ମୃତ୍ୟୁ ହେଉଛି, ଯେଉଁଥୁରୁ ଅଧୂକାଂଶ ୧୫ ବର୍ଷରୁ କମ୍ ବୟସ୍‌ର। ସେ କହିଛନ୍ତି, କେହି ପଶୁଙ୍କୁ ଘୃଣା କରୁନାହାନ୍ତି, କୁକୁରଙ୍କୁ ମାରାଯିବ ନାହିଁ—କେବଳ ସେମାନଙ୍କୁ ଅଲଗା କରାଯିବ।

LEAVE A REPLY

Please enter your comment!
Please enter your name here