ରାଜସ୍ଥାନରେ କିଏ ବସିବ ମୁଖ୍ୟମନ୍ତ୍ରୀ ଆସନରେ । ଏନେଇ ରାଜନୀତି ଜୋର ଧରିଥିବାବେଳେ ଏହାର କଳ୍ପନା ଜଳ୍ପନା ଅନ୍ତ ହୋଇଛି । ଅନୁଭବୀ ନେତା ଅଶୋକ ଗେହଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏବଂ ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ରାଜସ୍ଥାନରେ ବିପୁଳ ବିଜୟ ସହ ବିଜେପିକୁ ମାତ୍‌ ଦେଇ ସରକାର ଗଢିବାରେ କଂଗ୍ରେସର ଏହି ବରିଷ୍ଠ ଓ ଯୁବ ନେତାଙ୍କ ଯୋଡି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ଅଶୋକ ଗେହଲଟ ତିନିଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି. ତେବେ ଦଳର ଗୋଟିଏ ଗୋଷ୍ଠୀ ଯୁବ ନେତା ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହାଇକମାଣ୍ଡଙ୍କ ପାଖରେ ଲବି କରିଥିଲେ. ଅନ୍ୟପକ୍ଷରେ ଅଶୋକ ଗେହଲଟଙ୍କ ଗୋଷ୍ଠୀ ବି ମୁଖ୍ୟମନ୍ତ୍ରୀ ଦୌଡରେ ଚାପ ପକାଉଥିଲେ. ନିର୍ବାଚନରେ ବିଜୟ ଲାଭ କରିବା ପରେ ନେତୃତ୍ବକୁ ନେଇ ରାହୁଲଙ୍କ ଉପରେ ଚାପ ପଡିଥିଲା. କାହାକୁ ଅସନ୍ତୁଷ୍ଟ ନ କରି ଦଳକୁ ଏକାଠି ରଖିବା ପାଇଁ ରାହୁଲ ଦୁଇ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି. ଏବେ ଗେହଲଟ ଓ ପାଇଲଟଙ୍କ ଯୋଡି ରାଜସ୍ଥାନରେ କଂଗ୍ରେସ ସରକାରର ନେତୃତ୍ବ ନେବେ.

LEAVE A REPLY

Please enter your comment!
Please enter your name here