ସରକାରୀ କ୍ବାର୍ଟରକୁ ଆଲିସାନ କୋଠାରେ ପରିଣତ କରିବା ଏବେ ମହଙ୍ଗା ପଡିବ ବବି ଦାସଙ୍କୁ । କ୍ଷମତାରେ ଥିବା ବେଳେ ବବି ଦାସ କେବେ ଭାବି ନ ଥିଲେ ଏମିତି ସମୟ ଆସିବ । ସରକାରୀ କୋଠା ପରିସରରେ ଆଲିସାନ ବଙ୍ଗଳା ନିର୍ମାଣ କରିବା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାଧାରଣ ପ୍ରଶାସନ ବିଭାଗ ଅଧିକାରୀମାନେ ଆଜି ସରକାରୀ କ୍ବାର୍ଟର ଯାଞ୍ଚ କରିଛନ୍ତି । କ୍ବାର୍ଟର ପରିସରରେ ବେଆଇନ ଭାବେ ବବି ଦାସ ଅତ୍ୟାଧୁନିକ କୋଠା ନିର୍ମାଣ କରିବା ଏବଂ କ୍ବାର୍ଟରର ଦୁଇପାର୍ଶ୍ବ ପାଚେରୀକୁ ଭାଙ୍ଗି ପରିସର ବୃଦ୍ଧି କରିଥିବା ଜଣାପଡିଛି । ବିନା ଅନୁମତିରେ କ୍ବାର୍ଟର ପରିସରରେ ବେଆଇନ ନିର୍ମାଣ କରିଥିବାରୁ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛି । ଏଥିସହିତ ଜୋରିମାନା ଆଦାୟ କରିବାକୁ ବିଭାଗ ବିଚାର କରୁଛି । କ୍ଷମତାରୁ ଯିବା ପରେ ବବି ଦାସଙ୍କୁ ସରକାରୀ କ୍ବାର୍ଟର ଫେରାଇବାକୁ ନୋଟିସ ହୋଇଥିବାରୁ ସେ କ୍ବାର୍ଟର ପରିସରରେ ନିର୍ମିତ ଆଲିସାନ କୋଠାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ବବିଙ୍କ ଅଡୁଆ ବଢିଛି ।

LEAVE A REPLY

Please enter your comment!
Please enter your name here