ସରିଲା ନିର୍ବାଚନ.

ଚତୁର୍ଥ ପର୍ଯ଼୍ୟାୟ ମତଦାନ ସହ ଶେଷ ହୋଇଛି 2019 ନିର୍ବାଚନ ପରୀକ୍ଷା.

ନିର୍ବାଚନକୁ ନେଇ ଭୋଟର ଦେଇଥିବା ସେମାନଙ୍କ ରାୟ କଏଦ ହୋଇଛି ଇଭିଏମରେ.

ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା. 6ଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହିସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 41ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହୋଇଥିଲା. ସକାଳୁ ବୁଥଗୁଡିକରେ ଭୋଟରଙ୍କ ଭିଡ ପରିଲକ୍ଷିତ ହୋଇଥିଲା. ଦିନ 11ଟା ସୁଦ୍ଧା 19 ପ୍ରତିଶତ ମତଦାନ ଦେଇଥିବା ବେଳେ ଗୋଟାଏ ସୁଦ୍ଧା 35 ପ୍ରତିଶତ ଏବଂ ତିନିଟା ସୁଦ୍ଧା ଏହା 53 ପ୍ରତିଶତରେ ପହଞ୍ଚିଥିଲା. ପ୍ରଚଣ୍ଡ ଖରା ସତ୍ତ୍ବେ ଲୋକେ ଭୋଟ ଦେବାକୁ ଉତ୍ସାହର ସହ ଧାଡିରେ ଛିଡା ହୋଇଥିଲେ. ଜଗତସିଂହପୁର ଓ କେନ୍ଦ୍ରାପଡାର କେତେକ ସ୍ଥାନରେ ଛୋଟମୋଟ ଘଟଣାକୁ ବାଦଦେଲେ ଶାନ୍ତି ଶୃଙ୍ଖଳା ଭିତରେ ମତଦାନ ଶେଷ ହୋଇଥିଲା.

ଶେଷ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା 388 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି. ପ୍ରମୁଖ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି, ବାଲେଶ୍ବରରେ ରବୀନ୍ଦ୍ର ଜେନା, ନବଜ୍ୟୋତି ପଟନାୟକ, ପ୍ରତାପ ଷଡଙ୍ଗୀ, ଜଗତସିଂହପୁରରେ ବିଭୁ ତରାଇ, ରାଜଶ୍ରୀ ମଲ୍ଲିକ. ସେହିପରି ପ୍ରମୁଖ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ, ଦାମୋଦର ରାଉତ, ରଘୁନାଥ ମହାନ୍ତି, ପ୍ରଫୁଲ୍ଲ ସାମଲ, ମନମୋହନ ସାମଲ, ପ୍ରଣବ ପ୍ରକାଶ ଦାଶ, ଶଶୀଭୂଷଣ ବେହେରା, ପ୍ରତାବ ଦେବ, ପ୍ରମିଳା ମଲ୍ଲିକ,  ପ୍ରଶାନ୍ତ ମୁଦୁଲି, ସମ୍ବିତ ରାଉତରା, ବାପି ସର୍ଖେଲ, ଅମର ପ୍ରସାଦ ଶତପଥୀ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ ଓ ସମୀର ଦାସ ପ୍ରମୁଖ.

ସମଗ୍ର ଦେଶରେ ମେ 19 ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବା ପରେ 23 ତାରିଖରେ ଭୋଟ ଗଣତି କରାଯିବ.

LEAVE A REPLY

Please enter your comment!
Please enter your name here