ମୃତ୍ୟୁ ମୁହଁରୁ ମତ୍ସ୍ୟଜୀବୀଙ୍କୁ ଉଠାଇ ଆଣିଲେ ଭାରତୀୟ ବାୟୁସେନାର ବୀର ଯବାନ । ନୀଜ ଜୀବନକୁ ବାଜି ଲଗାଇ ଦୁଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ବିରଯବାନ । ହଠାତ୍ ଜାମ୍ମୁର ତାୱି ନଦୀରେ ବଢିଥିଲା ଜଳସ୍ତର ଏକ ନିର୍ମାଣଧିନ ବ୍ରିଜରେ ଫସି ରହିଥିଲେ ଦୁଇଜଣ । ଦେଖନ୍ତୁ କିଭିଳି ପାଣି ଭିତରେ ଫଶି ରହିଛନ୍ତି ଦୁଇଜଣ । ଚାରିଆଡେ ପ୍ରଳୟଙ୍କରୀ ବନ୍ୟାର ସୁଅ ଆଉ ମଝିରେ ଜୀବନ ବଞ୍ଚାଇବାକୁ ଚାଲିଛି ଅହରହ ପ୍ରୟାସ । ସତରେ ଏ ଦୃଶ୍ୟ କେତେ ହୃହୟ ବିଦାରକ । ହଠାତ୍ ତାୱି ନଦୀରେ ଜଳସ୍ତର ବଢିବାରୁ ସେଠାରୁ ବାହାରି ପାରିନଥିଲେ ଏହି ଦୁଇ ଜଣ ମସôଜୀବି । ଠିକ୍ ଏତିକିବେଳେ ଦେବଦୂତ ସାଜି ଭାରତୀୟ ବାୟୁସେନାର ବିମାନ ଆସିଥିଲା । ଏବଂ ସେନା ପକ୍ଷରୁ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ମରଣ ମୁହଁରୁ ଫେରିଆସିଛନ୍ତି ଦୁଇ ମତ୍ସ୍ୟଜୀବୀ । କେତେବେଳେ ସୀମାରେ ତ ଆଉ କେତେବେଳେ ବିପର୍ଯ୍ୟୟ ସବୁବେଳେ ଲୋକଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି ଦେଶର ଯବାନ ଏହି ଅପରେସନ ପ୍ରାୟ ୪୦ ମିନିଟ ଧରି ଚାଲିଥିଲା । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here