କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ଉପରୁ ଏପର୍ଯ୍ୟନ୍ତ ସସପେନ୍ସ ହଟି ନଥିବା ବେଳେ ଆଜି ହାଇଦରର ସହଯୋଗୀ ସଲ୍ଲୁ ଓରଫ ୟାକୁବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିବା ସଲ୍ଲୁ ହେଉଛି ହାଇଦରର ସହଯୋଗୀ । ହସପିଟାଲରୁ ହାଇଦର ଫେରାର ହେବା ଦିନ ସଲ୍ଲୁ କୁଆଡେ ବିରିୟାନୀ ଯୋଗାଇଥିଲା ବୋଲି କୁହାଯାଉଛି । ମାତ୍ର ସଲ୍ଲୁର ଆତ୍ମସମର୍ପଣ ପଛରେ କି କାରଣ ଥାଇପାରେ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ହୁଏତ ହାଇଦର ଫେରାର ହେବା ଘଟଣାକୁ ନେଇ ବିଭ୍ରାନ୍ତ କରିବାକୁ ସଲ୍ଲୁ ଆତ୍ମସମର୍ପଣ କରିଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହେଉଛି । ହାଇଦର ଫେରାର ହେବା ଘଟଣା ପଛରେ ଜେଲ୍ ବିଭାଗର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହସପିଟାଲରେ ହାଇଦରର ସୁରକ୍ଷା ବ୍ୟବସ୍ଥା ଠିକ୍ ନ ଥିଲା ବୋଲି କୁହାଯାଉଛି । ଯଦି ଜେଲ୍ ବିଭାଗର ସୁରକ୍ଷାରେ କୌଣସି ତ୍ରୁଟି ଥାଏ ଏବଂ ଫେରାର ପଛରେ ଷଡଯନ୍ତ୍ରରେ ସୁରକ୍ଷା କର୍ମଚାରୀଙ୍କ ସଂପୃକ୍ତିର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here