ରାଜ୍ୟରେ ୨୦୦୦ ମୁହାଁ କରୋନାର ଦୈନିକ ସଙ୍କ୍ରମଣ । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୪୧ ପଜିଟିଭ୍ । କ୍ୱାରେଣ୍ଟିନ ସେଣ୍ଟରରୁ ୧୦୧୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୨୬ । ଏଥିସହ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ମୃତକ ନୂଆପଡା ଜିଲ୍ଲାର । ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୦୪, ଭୁବନେଶ୍ୱରରୁ ୧୫୮ଏବଂ ସୁନ୍ଦରଗଡ ଜିଲ୍ଲାରୁ ଆଜି ସର୍ବାଧିକ ୨୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୨୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨କୁ ବୃଦ୍ଧି ପାଇଛି । ବାଲେଶ୍ୱର-୧୫୮, ଯାଜପୁର-୩୮, ରାୟଗଡା-୩୫ ଗଜପତି-୧୪, ସୁବର୍ଣ୍ଣପୁର- ୧୩, ଭଦ୍ରକରୁ ନୂଆ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୧୪, ବରଗଡ-୯୭, ନୂଆପଡା-୯୬, ବଲାଙ୍ଗୀର-୯୩, ନବରଙ୍ଗପୁର-୮୦, କଟକ-୫୮, ପୁରୀ-୫୪, କେନ୍ଦୁଝର-୫୩, ଷ୍ଟେଟ୍ ପୁଲ-୪୬,ଅନୁଗୁଳ ଓ ଝାରସୁଗୁଡାରୁ ୪୩ ଲେଖାଏଁ, ମୟୂରଭଞ୍ଜରୁ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here