ସାଇବର ଠକେଇ ରୋକିବାକୁ ହେଲ୍ପ ଡେସ୍କ । କମିଶନରେଟ ପୋଲିସ ପକ୍ଷରୁ ସାଇବର ଠକେଇ ରୋକିବା ପାଇଁ ହେଲ୍ପଡେସ୍କ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସ୍ପେସାଲ ସ୍କ୍ବାର୍ଡ ଅଧୀନରେ ଏହି ହେଲ୍ପଡେସ୍କ କାର୍ଯ୍ୟ କରିବ । ଠକେଇର ଘଣ୍ଟାକ ଭିତରେ ହେଲ୍ପଡେସ୍କକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି କମିଶନରେଟ ପୋଲିସ । ହେଲ୍ପ ଡେସ୍କ ନମ୍ବର ହେଲା 744 000 6709 । ଯଦି କୌଣସି ମହିଳା ମୋବାଇଲରେ ଅଜଣା ନମ୍ବରରୁ ହଇରାଣ ହରକତ ହେଉଛନ୍ତି, ସେମାନେ ମଧ୍ୟ ହେଲ୍ପ ଡେସ୍କକୁ ଜଣାଇପାରିବେ । ଜଣେ ସବଇନ୍ସପେକ୍ଟର ଏବଂ ସାତଜଣ କନେଷ୍ଟବଳଙ୍କୁ ଏବେ ହେଲ୍ପ ଡେସ୍କ ଦାୟିତ୍ବରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here