ଭୁୁବନେଶ୍ୱର: ଆଜି କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛନ୍ତି । ୨୨ତାରିଖରୁ ୨୯ତାରିଖ ଯାଏଁ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଲକ୍ ଡାଉନ୍ ରହିବ । ଏହି ଲକ୍ ଡାଉନ୍ ୨୨ତାରିଖ ସକାଳ ୭ରୁ ଆରମ୍ଭ କରି ୨୯ ତାରିଖ ରାତି ୯ଟାରେ ଶେଷ ହେବ । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ସହର ଓ ସମସ୍ତ ଗ୍ରାମକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡା, ଅନୁଗୁଳ ଆଦି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା ହୋଇଛି । । ସେହିପରି ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ରୋଡ, ଯାଜପୁର ଟାଉନ ଏବଂ ରାଉରକେଲା ସହର ସମ୍ପୂର୍ଣ୍ଣ ଲକ ଡାଉନ ରହିବ ବୋଲି ରାଜ୍ୟସରକାର ନିଷ୍ପତି ନେଇଛନ୍ତି । ଏହି ସମୟରେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଲକ୍ ଡାଉନ୍ ମୁକ୍ତ ରହିବ । ହସ୍ପିଟାଲ, ବ୍ୟାଙ୍କ, ପୌରସେବା, ATM, ପୋଲିସ, ଅଗ୍ନିଶମ, ଓଡ୍ରାଫ୍‌, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ । ଏୟାରପୋର୍ଟ, ରେଲୱେ, ବସଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଆଦି ଲକ୍ ଡାଉନ୍ ମୁକ୍ତ ରହିବ । ସେହିଭଳି ଗ୍ରୋସରୀ ଦୋକାନ, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଆଦି ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ବି ଖୋଲା ରହିବ । ସରକାରଙ୍କ ଏହି ନିଷ୍ପତିରେ ସହେଯାଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କଟକଣା ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here