ଲୋକସଭା ନିର୍ବାଚନର ତାରିଖକୁ ନେଇ ରବିବାର ନିର୍ବାଚନ ଆୟୋଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ସଂଧ୍ୟା ୫ଟାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସମେତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ରହିବେ । ଲୋକସଭା ନିର୍ବାଚନ ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାନେଇ ମଧ୍ୟ ସମ୍ଭାବନା ରହିଛି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆସନ୍ତା ସପ୍ତାହରେ ମତଦାନ ପାଇଁ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ ହେବ । ଏହାସହ ମତଦାନ ଏପ୍ରିଲ ପ୍ରଥମ ସପ୍ତାହରେ ହେବା ନେଇ ଆଶଙ୍କା କରାଯାଉଛି । ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ ମାସରେ ଶେଷ ହେଉଛି । ଏହାସହ ଆଜି ୩୯ଟି ରାଜନୈତିକ ଦଳକୁ ଆୟୋଗ ରାଜନୈତିକ ଚିହ୍ନ ପାଇଁ ସ୍ୱିକୃତୀ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here