ବିଶ୍ୱବ୍ୟାପୀ ପାଳିତ ହେଉଛି ଯୋଗ ଦିବସ । ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ ଦୁଇବର୍ଷ ହେଲାଣି ଯୋଗ ଦିବସକୁ ଭାରତ ଠିକ୍ ଭାବେ ପାଳି ପାରୁନଥିଲା । ତେବେ ଚଳିତବର୍ଷ କରୋନା ସଙ୍କ୍ରମଣ କମିଥିବାରୁ ଧୂମଧାମରେ ପାଳନ କରାଯାଉଛି ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକର ମହୀଶୂରରେ ଯୋଗ କରିଥିଲେ । ପ୍ରାୟ ୧୫ ହଜାର ଲୋକ ଏକାଠି ଯୋଗ କରିବାର ଆୟୋଜନ କରାଯାଇଥିଲା । ସକାଳ ୫ଟା ୩୦ ମିନିଟ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସକାଳ ୭ଟାରୁ ୭ଟା ୪୫ ମିନିଟ୍ ସମୟରେ ଯୋଗ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଶ୍ପିନୀ ବେଷ୍ଣବ ପୁରୀରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଆନ୍ତର୍ଜାତିକସ୍ତରରେ ଯୋଗକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେଶନ ଦ୍ୱାରା ୨୦୧୪ ଡିସେମ୍ବର ୧୧ରେ ସଙ୍କଳ୍ପ ପାରିତ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଁଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ୧୭୭ ଦେଶରେ ଏବର୍ଷ ପାଳନ ହେଉଛି ଯୋଗ ଦିବସ । ୨୦୧୪ ସେପ୍ଟେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ପ୍ରାୟ ୬ ହଜାର ବର୍ଷ ପୂର୍ବେ ଭାରତରେ ଏହାର ଉତ୍ପତି ହୋଇଥିଲା ବୋଲି କୁହାଯାଏ ।

LEAVE A REPLY

Please enter your comment!
Please enter your name here