କେବେ ଭାଙ୍ଗିବ ପ୍ରଶାସନର ନିଦ? କେବେ ସରକାର ଶୁଣିବେ ଗୁହାରୀ ? ଜାନୁଆରୀ ୨ ବୁଧବାର କାଳ ରାତିରେ କେନ୍ଦ୍ରାପଡାରେ ଡଙ୍ଗା ବୁଡି ୯ ଜଣଙ୍କ ମୃତ୍ୟୁ ଘଟିଲା । ସାରା ରାଜ୍ୟରେ ଖେଳିଗଲା ଶୋକର ଛାୟା । କେବଳ ଏଇ ଗୋଟିଏ ଘଟଣା ନୁହେଁ ଲଗାତାର ଭାବେ କିଛିବର୍ଷ ହେଲାଣି ରାଜ୍ୟର କେଉଁଠି ନା କେଉଁଠି ଛୋଟମୋଟ ଡଙ୍ଗା ବୁଡି ସାମ୍ନାକୁ ଆସୁଛି । କିନ୍ତୁ ନା ଚେତୁଛି ପ୍ରଶାସନ ନା ମଣିଷ । ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟ । ନା, କାତରେ ଚାଲୁଛି ନା ମୋଟରରେ । ଡଙ୍ଗା ଚାଲୁଛି ଦଉଡି ସାହାଯ୍ୟରେ । ଏକୂଳରୁ ସେ କୂଳକୁ ବନ୍ଧା ଯାଇଥିବା ଦଉଡିରେ ଚାଲୁଛି ଯାତ୍ରାବାହି ଡଙ୍ଗା । ଏ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରୁ ୮ କିଲୋମିଟର ଦୂରରେ ଥିବା ଅରଙ୍ଗି ଘାଟର ଦୃଶ୍ୟ । ଏହି ଦୃଶ୍ୟ ଦେଖିବାକୁ ଯେତିକି ରୋମାଞ୍ଚିତ ଲାଗୁଛି ସେତିକି ବିପଦପୂର୍ଣ୍ଣ ମଧ୍ୟ । ଜୀବନକୁ ପାଣି ଛଡାଇ ସାଇକେଲଠୁ ବାଇକ,ପିଲାଠୁ ବୟସ୍କ ସମସ୍ତଙ୍କ ପାଇଁ ଲାଇଫ ଲାଇନ ସାଜିଛି ଏହି ଦଉଡି ଡଙ୍ଗା । ପ୍ରାୟ ୫ଟି ପଞ୍ଚାୟତର ବାସିନ୍ଦା ଏହି ଦୌଡି ଟଣା ଡଙ୍ଗା ଉପରେ ନିର୍ଭର କରନ୍ତି ।
କେବଳ ସେତିକି ନୁହେଁ ଗର୍ଭବତୀ ମହିଳା ମଧ୍ୟ ଏହି ଡଙ୍ଗାରେ ପାର ହୋଇ ଚିକିସôା ପାଇଁ ଯାାଇଥାନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କଲେ ମଧ୍ୟ ଏମାନଙ୍କ ଗୁହାରି କେହି ଶୁଣୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏ ଦୟନୀୟ ଚିତ୍ର ଦେଖିଲେ ବାରି ହୋଇପଡୁଛି କେତେ ବଦଳିଛି ଉପାନ୍ତ ଇଲାକାର ଭାଗ୍ୟ ଓ ଭବିଷ୍ୟତ । ଆଗକୁ ସରକାର ଯଦି ଏକ ସେତୁ ନିର୍ମାଣ ନ କଲେ ତେବେ ଗ୍ରାମବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।