ଓଡିଶା ଜନଶକ୍ତି ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ଆମ୍ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆପ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆପ୍ ଯୁବନେତା ତଥା ମଧ୍ୟମ ଭୁବନେଶ୍ୱରର ଆବାହକ ଶୁଭାଷୀଶ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଓଡିଶା ଜନଶକ୍ତିର ସଭାପତି ଅରବିନ୍ଦ ନାୟକ, ଉପସଭାପତି ମନୋଜ ଦାସ, ସମ୍ପାଦକ ସନ୍ତୋଷ ବାରିକ ଓ ରାଜେଶ ଓଝା ଏବଂ କୋଷାଧକ୍ଷ୍ୟ ଆନନ୍ଦ ଘଡେଇଙ୍କ ସହ ତୃଣମୁଳ ସ୍ତରର ବହୁ କର୍ମୀ ଆପରେ ସାମିଲ ହୋଇଥିଲେ । ଏହି ଯୋଗଦାନ ପର୍ବରେ ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ଓ ସମ୍ପାଦକ ସୌମ୍ୟ ସ୍ୱାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here