ସିକିମରେ ଭୟଙ୍କର ଭୂସ୍ଖଳନ ହେତୁ ଚାରିଜଣ ମୃତ୍ୟୁ ବରଣ କରିଛନ୍ତି। ତିନିଜଣ ଲୋକ ଏବେବି ନିଖୋଜ ଅଛନ୍ତି। ପୋଲିସ, ଏସଏସବି ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇ, ଦୁଇଜଣ ମହିଳାଙ୍କୁ ବାହାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି, ଅନ୍ୟଜଣଙ୍କର ଅବସ୍ଥା ଗୁରୁତର। ଘଟଣାଟି ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ଅଞ୍ଚଳର ଉପର ରିମ୍ବି ଅଞ୍ଚଳରେ ଘଟିଛି। ଯେଉଁଠାରେ ମଧ୍ୟରାତ୍ରିରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନରେ ଫସି ରହିବା ପରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଭୂସ୍ଖଳନର ସୂଚନା ପାଇ ପୋଲିସ ଏବଂ ଏସଏସବି କର୍ମଚାରୀମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ହ୍ୟୁମ୍ ନଦୀ ପାର ହେବାକୁ ପଡିଥିଲା। ଯାହା ପୂର୍ବରୁ ବନ୍ୟା ଆସିଥିଲା। ଉଦ୍ଧାରକାରୀ ଦଳ ଏକ ଗଛ ସାହାଯ୍ୟରେ ଏକ ଅସ୍ଥାୟୀ ସେତୁ ନିର୍ମାଣ କରି ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଅଛି। ଏସପି କହିଛନ୍ତି ଯେ ତିନି ଜଣ ଏବେମଧ୍ୟ ନିଖୋଜ ଅଛନ୍ତି।

LEAVE A REPLY

Please enter your comment!
Please enter your name here