ରାୟଗଡ ଚକ୍ରଧର ପୋଲିସ ଧମକ ଦେଉଛି I ବାରମ୍ବାର ନୋଟିସ ପଠାଉଛି I ପୁଅକୁ ଉଠାଇନେବ ବୋଲି କହୁଛି I ଏଭଳି ସ୍ଥିତିରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର I ଶନିବାର ରାତିରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ଅନୁପ ସାଏଙ୍କ ପରିବାର I ସେମାନଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ହୋଇଛି ଏବଂ ସେମାନଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ସେମାନେ I କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ମର୍ଡର ଘଟଣାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ପରିବାର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି I

LEAVE A REPLY

Please enter your comment!
Please enter your name here