ନାଟକୀୟ ମୋଡ ନେଇଛି ସିବିଆଇ ବିବାଦ. କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ର ଗମ୍ଭୀର ଆରୋପ ପରେ, ଚର୍ଚ୍ଚାରେ ଥିବା ଆଲୋକ ବର୍ମାଙ୍କୁ ଶେଷରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବାକୁ ପଡିଛି. ସିଭିସି ନିଜ ରିପୋର୍ଟରେ ଆଲୋକ ବର୍ମାଙ୍କ ଉପରେ ଭ୍ରଷ୍ଟାଚାର ଆରୋପ ଲଗାଇଛନ୍ତି. ଅନ୍ୟପଟେ ତାଙ୍କୁ ସିବିଆଇ ରେକର୍ଡରୁ ବାହାରକରି ତାଙ୍କ ବିରୋଧରେ ତଦନ୍ତ କରିବା ପାଇଁ ସିଭିସି ନିର୍ଦ୍ଦେଶ ଦେଇଛନ୍ତି. ମୋହନ କୁର୍ଶୀ ଓ ଅନ୍ୟମାନଙ୍କ ମାମଲାରେ ତଦନ୍ତ ନ କରିବା ପାଇଁ ସତୀଶ ବାବୁ ସାନା ଆଲୋକଙ୍କୁ 2 କୋଟି ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ସିଭିସି ସୂଚନା ଦେଇଛି. ଆଇଆରସିଟିସି ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସକ୍ସେନାଙ୍କୁ ଆଲୋକ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବୋଲି ସିଭିସି କହିଛନ୍ତି. ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେଇ ସିଭିସି ଆଲୋକ ବର୍ମାଙ୍କୁ ତିନିଥର ନୋଟିସ ପଠାଇଥିଲେ ଓ ସମସ୍ତ କାଗଜପତ୍ର ଦାଖଲ କରିବାକୁ କହିଥିଲେ. ମାତ୍ର କାଗଜପତ୍ର ଦାଖଲ କରିବାର ତାରିଖ ବଢାଇବା ପାଇଁ  ସିବିଆଇ ତରଫରୁ ଅପିଲ୍ କରାଯାଇଥିଲା. ପରେ ସିଭିସି 14 ସେପ୍ଟେମ୍ବର 2018 ବଦଳରେ 18 ସେପ୍ଟେମ୍ବର 2018 ତାରିଖ ଦେଇଥିଲେ.

ସୂଚନାଯୋଗ୍ୟ କି, ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ କେନ୍ଦ୍ର ସରକରାଙ୍କ ତାଙ୍କୁ ଛୁଟିରେ ପଠାଇ ଏମ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦେଇଥିଲେ.ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ରବ୍ଦ କରିବା ସହ ଶ୍ରୀ ବର୍ମାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ . ଏହାପରେ ସେ ପଦ ସମ୍ଭାଳିଥିଲେ. ତେବେ ଗତକାଲି ଚୟନ କମିଟି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିଲା .

ଅପମାନ ଭାବେ ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେବା ପରେ ଆଲୋକ ବର୍ମା କହିଛନ୍ତି ଯେ, ମିଛ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ସହିତ ତାଙ୍କର ପଡୁନଥିଲା କେବଳ ସେହି ବ୍ୟକ୍ତିର ମିଛ ଅଭିଯୋଗକୁ ନେଇ ତାଙ୍କର ବଦଳି କରାଯିବା ଦୁଃଖ ଦାୟକ । ବର୍ମାଆହୁରି ମଧ୍ୟ କହିଛନ୍ତି, ସିବିଆଇ କାର୍ଯ୍ୟକଳାପରେ କାହାରି ହସ୍ତକ୍ଷେପ ରହିବା ଅନୁଚିତ । ଏହି ତଦନ୍ତକାରୀ ସଂସ୍ଥାର ମର୍ଯ୍ୟାଦା ବଜାୟ ରଖିବାକୁ ସେ ଚେଷ୍ଟା କରୁଥିବାବେଳେ ଅନ୍ୟ କେତେକ ବ୍ୟକ୍ତି ତାଙ୍କୁ ଧ୍ୱସଂ କରିବାକୁ ଚାହୁଁଛନ୍ତି । ସିଲେକ୍ସନ କମିଟି ଗତକାଲି ବର୍ମାଙ୍କୁ ବଦଳି କରିଛନ୍ତି । ୨୦୧୮ ଅକ୍ଟୋବର ୨୩ରେ ସିଭିସି ଓ କେନ୍ଦ୍ର ନିର୍ଦ୍ଦେଶ ଏହାର ଉଦାହରଣ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ସିବିଆଇ ନିର୍ଦ୍ଦେଶକ ପଦରୁ ବଦଳି କରାଯାଇ ଆଲୋକ ବର୍ମାଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅଗ୍ନିଶମ ସିଭିଲ ଡିଫେନ୍ସ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ସିବିଆଇର ନୂଆ ନିର୍ଦ୍ଦେଶକ ନିଯୁକ୍ତି ହେବା ଯାଏ ଏମ ନାଗେଶ୍ୱର ରାଏ ଏହି ଦାୟିତ୍ୱ ତୁଲାଇବେ ।

LEAVE A REPLY

Please enter your comment!
Please enter your name here