କରୋନା ପାଇଁ ଏବର୍ଷ ବି ବନ୍ଦ ହେବ ଖଣ୍ଡଗିରି ମେଳା । ଜନସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବିଏମସି ଅତିରିକ୍ତ କମିଶନର ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ମେଳା ବନ୍ଦ ରଖାଯିବ ବୋଲି ସେ କହିଛନ୍ତି । ମେଳାରେ ଯେପରି ଷ୍ଟଲ ଓ ଯାତ୍ରା ହୁଏ, ତାହା ବନ୍ଦ ରହିବ । ମାତ୍ର ଆନୁଷ୍ଠାନିକ ଭାବେ ଖଣ୍ଡଗିରି ମେଳାରେ ସାଧୁସନ୍ଥମାନେ କୋଭିଡ କଟକଣା ଭିତରେ ଯଜ୍ଞ କରିପାରିବେ । ସୂଚନାଯୋଗ୍ୟ ଗତ ଦୁଇବର୍ଷ ଧରି କରୋନା ପାଇଁ ଖଣ୍ଡଗିରି ମେଳା ବିଏମସି କର୍ତ୍ତୃପକ୍ଷ ବନ୍ଦ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here