ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସରକାରଙ୍କ କୂଟନୈତିକ ପଦକ୍ଷେପର ଜବାବରେ ପାକିସ୍ତାନ ସିମଲା ଚୁକ୍ତି ସମେତ ସମସ୍ତ ଦ୍ବିପାକ୍ଷିକ ଚୁକ୍ତିକୁ ସସପେଣ୍ଡ ଘୋଷଣା କରିବାକୁ ଚେତାବନୀ ଦେଇଛି । 1971 ଯୁଦ୍ଧ ପରେ ଭାରତ ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା 1972ରେ ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଜମ୍ମୁ ଓ କାଶ୍ମୀର ଏବଂ ଲାଦାଖରେ ସୀମା ନିୟନ୍ତ୍ରଣ ରେଖା ସ୍ଥିର କରାଯାଇଥିଲା । ପହଲଗାମ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ପାକିସ୍ତାନରୁ ନାଭାଲ ଓ ଏୟାରଫୋର୍ସ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରି ନେଇଥିଲା । ସେହିପରି ନୂଆଦିଲ୍ଲୀ ସ୍ଥିତ ପାକ ହାଇକମିଶନ କାର୍ଯ୍ୟାଳୟରେ ଅଧିକାରୀଙ୍କ ସଂଖ୍ୟା 30କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲା । ପାକ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଆସନ୍ତା 29 ତାରିଖ ସୁଦ୍ଧା ଦେଶ ଛାଡିବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତ ସରକାରଙ୍କ ଏଭଳି ପଦକ୍ଷେପର ଜବାବରେ ଆଜି ପାକିସ୍ତାନ ଇସଲାମବାଦ ସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଅଧିକାରୀଙ୍କ ସଂଖ୍ୟା 30 କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛି । ପାକିସ୍ତାନ ମଧ୍ୟ ହାଇକମିଶନଙ୍କ କାର୍ଯ୍ୟାଳୟରୁ ନାଭାଲ ଓ ଏୟାରଫୋର୍ସ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।

ଉଭୟ ଦେଶ ଓ୍ବାଘା ଗେଟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏପ୍ରିଲ 25 ତାରିଖ ପରେ ଓ୍ଘାଘା ବର୍ଡର ଗେଟ୍ ଦେଇ ନାଗରିକମାନେ ଯାତାୟତ କରିପାରିବେ ନାହିଁ ।

ଇଣ୍ଡସ୍ ଜଳ ଚୁକ୍ତିକୁ ଭାରତ ସରକାର ସସପେଣ୍ଡ ଘୋଷଣା କରିବା ଉପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପାକିସ୍ତାନ ଜଳ ସଂକଟ ଦେଇ ଗତି କରୁଥିବା ଭେଳେ ଭାରତ ଯଦି ପାକିସ୍ତାନକୁ ଯାଉଥିବା ନଦୀ ସ୍ରୋତକୁ ରୋକିବାକୁ ପ୍ରୟାସ କରେ, ତେବେ ଏହା ଯୁଦ୍ଧ ଘୋଷଣା ସହିତ ସମାନ ବୋଲି ପାକିସ୍ତାନ କହିଛି ।

LEAVE A REPLY

Please enter your comment!
Please enter your name here