କରୋନା ମୁକାବିଲା ପାଇଁ ସରକାର ଡାକିଲେ ସର୍ବଦଳୀଯ ବୈଠକ I ପୂର୍ବ ସୂଚନା ଅନୁଯାୟୀ ଅପରାହ୍ନ ସାଢେ ପାଞ୍ଚଟାରେ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ I ବାଚସ୍ପତି ସୂର୍ଯ଼୍ୟନାରାୟଣ ପାତ୍ର ଏହି ବୈଠକ ପରିଚାଳନା କରୁଥିବା ବେଳେ ନବୀନ ନିବାସରେ ରହି ଭର୍ଚ୍ୟୁଆଲରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବିରୋଧୀ ଦଳ ଉପନେତା, ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ସାମିଲ ହୋଇଛନ୍ତି I ଆସନ୍ତା 19 ତାରିଖରେ ଲକ ଡାଉନ ଶେଷ ହେଉଥିବାରୁ ଆଜି ସର୍ବଦଳୀୟ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି I ବିଶେଷକରି କରୋନା ଏବେ ଗାଁ ମୁହାଁ ହୋଇଥିବାରୁ ଗ୍ରାମାଞ୍ଚଳରେ କିପରି ପରିସ୍ଥିତି ମୁକାବିଲା କରାଯ଼ିବ, ସେଥିପାଇଁ ଆଜି ବୈଠକରେ ନୀତି ନିର୍ଦ୍ଧାରଣ ହୋଇପାରେ I

LEAVE A REPLY

Please enter your comment!
Please enter your name here