ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବର୍ତ୍ତିତ ଅଭିମୁଖ୍ୟ ମଧ୍ୟରେ, ପୁଣିଥରେ ଆମେରିକୀୟ ଅଧିକାରୀ ଭାରତକୁ ଧମକ ଦେଇଛନ୍ତି। ହ୍ବାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋ କହିଛନ୍ତି, ଭାରତକୁ ଶେଷରେ ଆମେରିକାର କଥା ମାନିବାକୁ ପଡିବ। ସେ ଚେତାବନୀ ଦେଇଛନ୍ତି —ଯଦି ଏହା ହେବ ନାହିଁ, ତେବେ ଭାରତ ପାଇଁ ପରିଣାମ ଭଲ ହେବ ନାହିଁ। ଅନ୍ୟପଟେ କିଛି ଦିନ ତଳେ ଟ୍ରମ୍ପ ଭାରତ ସହିତ ଭଲ ସଂପର୍କ ଥିବା କହିଥିଲେ ।
ପିଟର ନୱାରୋ କହିଛନ୍ତି, ଭାରତକୁ ଶୀଘ୍ର କିମ୍ବା ପରେ, ଆମେରିକା ସହିତ ବାଣିଜ୍ୟିକ ବାର୍ତ୍ତାରେ ସହମତି ହେବାକୁ ହେବ। ସେ ଚେତାବନୀ ଦେଇଛନ୍ତି— ଯଦି ଭାରତ ଏହାକୁ ଅବହେଳା କରେ, ତେବେ ନୂଆଦିଲ୍ଲୀ ରୁଷ ଓ ଚୀନ ସହିତ ସମ୍ପର୍କରେ ସମସ୍ୟାର ସମ୍ମୁଖୀନ ହେବ। ଏହି ପରିସ୍ଥିତି ଭାରତ ପାଇଁ ଠିକ୍ ହେବ ନାହିଁ। ଭାରତ ସରକାର ଏହାକୁ ନେଇ ଅସନ୍ତୋଷ ଯେ, ଆମେ ଭାରତକୁ ଟାରିଫର ମହାରାଜା କହିଥିଲୁ । ବ୍ରିକ୍ସ ଦେଶ ଉପରେ ଟାର୍ଗେଟ୍ କରି ସେ କହିଛନ୍ତି ଏହି ସଂଗଠନର କୌଣସି ବି ସଦସ୍ୟ ସେ ପର୍ଯ୍ୟନ୍ତ ଜୀବିତ ରହିବ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଆମେରିକାକୁ ନିଜର ମାଲ୍ ନ ବିକିଛନ୍ତି । ତେଣୁ ଏବେ ବି ସମୟ ଅଛି ଭାରତକୁ ବ୍ରିକ୍ସ ପ୍ରତି ଆସକ୍ତି ଛାଡିବା ଉଚିତ୍ । ଆମେରିକାର କଥା ମାନିବା ଉଚିତ୍ । ସମୟ ଆସିବ ଭାରତକୁ ପରିଣାମ ଭୋଗିବାକୁ ପଡିବ ।














