ଭୁବନେଶ୍ବରରେ ବିଏମସି ଲାଗୁ କରିଥିବା ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସ୍ଥଗିତ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହା ଘୋଷଣା କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ମାମଲା ଏବେ ହାଇକୋର୍ଟଙ୍କ ବିଚାରାଧୀନ ରହିଛି । ତେଣୁ ବର୍ଦ୍ଧିତ ଟିକସକୁ ନେଇ ଉଦବେଗ ପ୍ରକାଶ ପାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇକୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ଟିକସ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ଏବେ ବିଏମସି କର୍ତ୍ତୃପକ୍ଷ ପୁରୁଣା ଦରରେ ଟ୍ୟାକ୍ସ ଆଦାୟ କରିପାରିବେ । ସୂଚନାଯୋଗ୍ୟ, ବର୍ଦ୍ଧିତ ହୋଲଡିଂ ଟିକସକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବା ସହ ବିଏମସି ଅଫିସ ଘେରାଉ କରାଯାଉଛି ।

LEAVE A REPLY

Please enter your comment!
Please enter your name here