ପୁଣି ମାତିଲା ବାଘୁଣୀ ସୁନ୍ଦରୀ । ପୁରୁଣା କୋଟ ଅନ୍ତର୍ଗତ ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ତ୍ରିନାଥ ସାହୁ । ତାଙ୍କୁ ପାଖାପାଖି ୬୦ ବର୍ଷ ହେବ । ମିଳିଥିବା ସୂଚନା ଅନୁଯାୟୀ ରବିବାର ସକାଳେ ମାଛ ଧରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା । ମୃତକଙ୍କ ବେକରେ ଛିଦ୍ର ହୋଇଥିବା କାରଣରୁ ଏହା ସୁନ୍ଦରୀର କାମ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଗ୍ରାମରେ ଲୋକେ ଭୟଭୀତ ହୋଇ ରହିଛନ୍ତି। କିଛି ଦିନ ତଳେ ସାତକୋଶିଆ ଅଂଚଳରେ ମଣିଷ ଶିକାର କରିଥିଲା ସୁନ୍ଦରୀ । ହାତୀବାରି ଗାଁରେ ଜଣେ ମହିଳାଙ୍କୁ ମାରିଥିଲା ଏହି ବାଘୁଣୀ । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ଉତେଜନା ଦେଖାଦେଇଥିଲା । ଏପରିକି ସୁନ୍ଦରୀକୁ ବାନ୍ଧବଗଡକୁ ଫେରାଇ ନିଆଯିବା ପାଇଁ ମଧ୍ୟ ଦାବି ଜୋର ଧରିଥିଲା ।

LEAVE A REPLY

Please enter your comment!
Please enter your name here