ନିକଟରେ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିଥିବା ହିଂସାକାଣ୍ଡ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି. ସୁପ୍ରିମକୋର୍ଟ କହିଛନ୍ତି, ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୁଲିସ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିପାରିବେ ନାହିଁ । ଅକ୍ଟୋବର ୩ ତାରିଖ ଦିନ ଧାଡି ଦର୍ଶନ ବିରୋଧରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ. ହିଂସାକାଣ୍ଡ ରୋକିବା ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିଥିଲେ. ହିଂସାକାଣ୍ଡରେ ୯ଜଣ ପୁଲିସ ଆହତ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରାଜ୍ୟ ସରକାର ଦେଇଥିବା ରିପୋର୍ଟରେ କହିଛନ୍ତି, ଏହି ହିଂସାକାଣ୍ଡରେ ୪୭ ଲୋକଙ୍କୁ ଗିରଫ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here