ଏ ଦୃଶ୍ୟ ସୁରଟ ସରଥଣା ତକ୍ଷଶୀଳା କୋଚିଂ ସେଣ୍ଟରର । କେତେ ଭୟାନକ ଓ ହୃଦୟ ବିଦାରକ ଥିଲା ଏ ଦୃଶ୍ୟ । ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ବିକଳରେ ଚତୁର୍ଥ ମହଲାରୁ ଡେଇଁଥିଲେ ଛାତ୍ରଛାତ୍ରୀ । ଅକାଳରେ ଲିଭିଯାଇଥିଲା ୨୨ ନୀରିହ ଜୀବନ । ଆହତ ହୋଇଛନ୍ତି ୨୦ରୁ ଅଧିକ ଛାତ୍ରଛାତ୍ରୀ । ମାତ୍ର ଏହି ଘଟଣା ପରେ ରାଜ୍ୟ ଅଗ୍ନିଶମ ବିଭାଗର ଚେତା ପଶିଛି । ଓଡ଼ିଶାରେ ଯେମିତି ଏଭଳି ଅଘଟଣ ନ ଘଟେ ସେଥିପାଇଁ ତତ୍ପରତା ପ୍ରକାଶ କରିଛି ବିଭାଗ । ସେଥିଲାଗି ଆଜି ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର୍‌ରେ ଚଢ଼ାଉ କରାଯାଇଛି । କୋଚିଂ ସେଣ୍ଟର୍‌ରେ ଅଗ୍ନି ସୁରକ୍ଷା ନେଇ ଯାଞ୍ଚ କରାଯାଉଥିବା ଅଗ୍ନିଶମ ବିଭାଗ ଡିଜି ବି. କେ ଶର୍ମା ସୂଚନା ଦେଇଛନ୍ତି । କଟକ ଓ ଭୁବନେଶ୍ୱରରେ ପ୍ରାୟ ୨୨ଟି କୋଚିଂ ସେଣ୍ଟର୍‌ରେ ଚଢ଼ାଉ କରାଯାଇଛି । ଏଥିରେ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି । କୋଚିଂ ସେଣ୍ଟର୍‌ରେ ଅଗ୍ନିକାଣ୍ଡ ମୁକାବିଲା ପାଇଁ କ’ଣ ବ୍ୟବସ୍ଥା ରହିଛି ଓ ଏହା ସୁରକ୍ଷିତ କି ନୁହେଁ ସେ ନେଇ ଯାଞ୍ଚ କରାଯାଉଛି । ଏହା ସହିତ ଅଗ୍ନିକାଣ୍ଡ ବେଳେ ନିଜେ କେମିତି ସୁରକ୍ଷିତ ରହି ପାରିବେ ଓ ଅନ୍ୟକୁ ବଂଚାଇ ପାରିବେ ସେ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ତାଲିମ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here