ଭୁବନେଶ୍ବର ମହାନଗର ନିଗମର ବର୍ଦ୍ଧିତ ହୋଲଡିଂ ଟିକସ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ପୁରୁଣା ମ୍ୟୁନିସପାଲ ଆଇନ ଆଧାରରେ ଏହି ବିଜ୍ଞପ୍ତି ଜାରି କରାଯାଇଥିବାରୁ ଏହା ମହାନଗର ନିଗମ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ପ୍ରଥମେ 2011 ଏବଂ ପରେ 2019ରେ ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ଆଦାୟ କରିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଥିଲେ । ବର୍ଦ୍ଧିତ ଟିକସ ପୂର୍ବ ନିର୍ଦ୍ଧାରିତ ଟିକସ ଠାରୁ 10 ଗୁଣ ଅଧିକ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଭୁବନେଶ୍ବର କନଫେଡେରେସନ ଅଫ ସିଟିଜେନ୍ସ ଆସୋସିଏସନ ପକ୍ଷରୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ କୋର୍ଟ ବିଏମସିକୁ ପୁର୍ନବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । 2019ରେ ତତ୍କାଳୀନ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବର୍ଦ୍ଧିତ ଟିକସ ଆଦାୟ କରିବାକୁ ପୁର୍ନବାର ନିର୍ଦ୍ଦେଶ ଦେବା ପରେ ନାଗରିକ ମହାସଂଘ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ହାଇକୋର୍ଟ ଆବେଦନର ବିଚାର କରି ବିଏମସିର ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here