ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ନୂଆଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଅନଲାଇନ ବେଟିଂ ଆପ୍ ମାମଲାରେ ଇଡି ରୈନାଙ୍କୁ ବୁଧବାର ଜେରା କରିବ । ବେଟିଂ ଆପ୍ ର ଆର୍ଥିକ ହେରଫେର ନେଇ ପ୍ରଶ୍ନ କରିବ ଇଡି । ଏହା ସହିତ ଆର୍ଥିକ ହେରଫେର ନିବାରଣ ଆଇନ ଅନୁଯାୟୀ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯିବ । ସୁରେଶ ରୈନାଙ୍କ ଉପରେ ବେଟିଂ ଆପ୍ ୧ଏକ୍ସବେଟ୍ (1xBET)କୁ ପ୍ରୋତ୍ସାହିତ କରିବାର ଅଭିଯୋଗ ରହିଛି । ସେ ଏହାର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି ।

କିଛି ବିଜ୍ଞାପନ ମାଧ୍ୟମରେ ଏହି ଆପ୍ ସହିତ ଜଡିତ ଥିବା ବିଶ୍ୱାସ କରାଯାଉଛି । ଇଡି ଅଧିକାରୀମାନେ ପଚରାଉଚରା ସମୟରେ ଏହି ଆପ୍ ସହିତ ତାଙ୍କର ସମ୍ପର୍କ ବୁଝିପାରିବେ ବୋଲି ଆଶା କରାଯାଉଛି। ଏଜେନ୍ସି ବେଆଇନ ବେଟିଂ ଆପ୍ ସହିତ ଜଡିତ ଅନେକ ମାମଲାର ତଦନ୍ତ କରୁଛି, ଯାହା ଉପରେ ଅନେକ ଲୋକ ଏବଂ ନିବେଶକଙ୍କୁ କୋଟି କୋଟି ଟଙ୍କା ଠକିଥିବା କିମ୍ବା ବିପୁଳ ପରିମାଣର ଟିକସ ଠକେଇ କରିଥିବା ଅଭିଯୋଗ ରହିଛି । ଯେଉଁଥିରେ ବିଜ୍ଞାପନ ଗୁଡ଼ିକରେ ଫିଲ୍ମ ଷ୍ଟାର ଏବଂ କ୍ରିକେଟରମାନେ ସାମିଲ ଅଛନ୍ତି ତାହାକୁ ଅତି ଗମ୍ଭୀରତାର ସହ ଯାଞ୍ଚ କରୁଛି ଇଡି । ଏହି ମାମଲାରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଏବଂ ଖେଳାଳିଙ୍କୁ ମଧ୍ୟ ପଚରାଉଚରା କରିଛି । ପୂର୍ବରୁ ମଧ୍ୟ ଯୁବରାଜ ସିଂହ, ଶିଖର ଧାୱନ ଏବଂ ଅଭିନେତାକୁ ଜେରା କରାଯାଇଛି । ଏହି ବେଟିଂ ପ୍ଲାଟଫର୍ମଗୁଡ଼ିକ ପ୍ରତିଷ୍ଠିତ ଚେହାରଙ୍କ ନାମ ବ୍ୟବହାର କରି ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି ।

LEAVE A REPLY

Please enter your comment!
Please enter your name here