ଭାରତରେ ପ୍ରସ୍ତୁତ କଫ୍ ସିରପ୍ ଗାମ୍ବିୟାରେ ଶିଶୁଙ୍କ ମୃତ୍ୟୁର କାରଣ ପାଲଟିଛି । ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ସିଡିସି ଓ ଗାମ୍ବିୟାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମିଳିତ ତଦନ୍ତ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । କିଛିଦିନ ଧରି ଗାମ୍ବିୟାରେ ଶିଶୁ ମୃତ୍ୟୁର କାରଣ ସଂପର୍କରେ ଅନୁଧ୍ୟାନ କରାଯିବା ପରେ ଏହି ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନୀ ଦ୍ବାରା ନିର୍ମିତ କଫ୍ ସିରପରେ ଥିବା ବିଷାକ୍ତ ପଦାର୍ଥ ମୃତ୍ୟୁର କାରଣ ବୋଲି କୁହାଯାଇଛି । କଫ୍ ସିରପ ଖାଉଥିବା ପିଲାମାନଙ୍କର ମୁଣ୍ଡ ବୁଲାଇ ହେବା, କମ୍ ପରିସ୍ରା ହେବା ଭଳି ଲକ୍ଷଣ ଦେଖାଯାଉଛି ଏବଂ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କର କିଡନୀ ଖରାପ ହେଉଛି I ଆମେରିକା ଓ ଗାମ୍ବିୟାର ମିଳିତ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛନ୍ତି, କଫ୍ ସିରଫରେ ଥିବା ଡିଥେଲେନ ଗ୍ଲାଇକୋଲ ଅବା ଏଥେଲେନ ଗ୍ଲାଇକୋଲ୍ ଅଧିକ ଖର୍ଚ୍ଚ ସାପେକ୍ଷ ଥିବାରୁ ଔଷଧ ନିର୍ମାତାମାନେ ତାର ବିକଳ୍ପ ଆଉ କିଛି
ବିଷାକ୍ତ ପଦାର୍ଥ ମିଶ୍ରଣ କରୁଛନ୍ତି, ଯାହା ଦ୍ବାରା ଶିଶୁ ମୃତ୍ୟୁର କାରଣ ହେଉଛି ।

LEAVE A REPLY

Please enter your comment!
Please enter your name here