ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ ଦେଶର ଅନୁରୀଣ ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ସେ ପ୍ରଥମ କ୍ୟାବିନେଟ୍ ବୈଠକର ଅଧ୍ଯକ୍ଷତା କରିଥିଲେ। ସେହି ବୈଠକରେ ସଂସଦକୁ ଭାଙ୍ଗିବା ଏବଂ 2026 ମାର୍ଚ୍ଚ 5ରେ ସାଧାରଣ ନିର୍ବାଚନ କରିବାକୁ ସମ୍ମତି ହୋଇଛି।ସୁଶୀଳା କାର୍କୀ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପରେ ZenZ ନେତା ଖୁସିରେ ଉତ୍ସବ ମନାଇଛନ୍ତି । ଶୁକ୍ରବାର ରାତିରେ ସୁଶୀଳା କାର୍କୀ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂତନ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ନେପାଳର ପ୍ରଧାନ ବିଚାରପତି, ବରିଷ୍ଠ ଅଧିକାରୀ, ସେନା ମୁଖ୍ୟ ଓ ବିଭିନ୍ନ ଦଳର ନେତା ସାମିଲ୍ ହୋଇଥିଲେ ।
ସେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ଵ ନେବେ । ଏଥିସହ ନେପାଳରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ହୋଇଛି । ଦୁର୍ନୀତି ଓ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକକୁ ନେଇ ଯୁବପିଢ଼ି ସରକାର ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ । ଆଉ ZenZଙ୍କ ବିକ୍ଷୋଭର ଚାପ ଏତେ ପରିମାଣରେ ପଡ଼ିଥିଲା ଯେ, ପ୍ରଧାନମନ୍ତ୍ରୀ ପଦରୁ ଅଚାନକ ଇସ୍ତଫା ଦେଇଥିଲେ କେପି ଶର୍ମା ଓଲି ।














