ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ । ଲୋଧିରୋଡ ଶ୍ମଶାନ ଘାଟରେ ସୁଷମାଙ୍କ ଅନ୍ତିମ ସଂସ୍କାର । ଶ୍ମଶାନ ଘାଟରେ ଶେଷ ଶ୍ରଦ୍ଧାଞ୍ଚଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଶ୍ରଦ୍ଧାଞ୍ଜଳି । ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳି ଗ୍ୟାପନ କରିଛନ୍ତି । ବିଜେପି କାର୍ଯ୍ୟାଳୟରୁ ଅନ୍ତିମ ଦର୍ଶନ ସରିବା ପରେ ଅନ୍ତିମ ଯାତ୍ରାରେ ଯାଇଥିଲା ସୁଷମାଙ୍କ ପାର୍ଥିବ ଶରୀର । ତେବେ ଅନ୍ତିମ ଯାତ୍ରା ସମୟରେ ସୁଷମାଙ୍କର ସେହି ତେଜୀୟାନ ଭାବ କ୍ଷୀଣ ମାତ୍ର ମଳିନ ପଡିନଥିଲା । ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ ବାହାରିଥିଲେ ସୁଷମା ସ୍ୱରାଜ । ବିଜେପି କାର୍ଯ୍ୟାଳୟରୁ ଲୋଧୀ ରୋଡ ସ୍ଥିତ ଶବଦାହ ଗୃହ ଅଭିମୁଖେ ସୁଷମାଙ୍କର ଶେଷ ଯାତ୍ରା ବାହାରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଡଭାଣୀଙ୍କ ଠାରୁ ନେଇ ସମଗ୍ର ଦେଶବାସୀ ସୁଷମାଙ୍କ ନିଧନରେ ଆଜି ଶୋକ ସନ୍ତପ୍ତ ।

LEAVE A REPLY

Please enter your comment!
Please enter your name here