ପଦ୍ମ ଧରିଲେ ପ୍ରକାଶ । ରବିବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି କଂଗ୍ରେସ ଛାଡିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା । ସେ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ଅଣଦେଖା କରୁଥିବା ନିଜ ଇସ୍ତଫା ପତ୍ରରେ ସୂଚନା ଦେଇଥିଲେ ପ୍ରକାଶ । ଦଳର ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ପ୍ରଭାରୀ ଅରୁଣ ସିଂ ଓ ବିଧାୟକ ଦଳ ନେତା କେଭି ସିଂଦେଓଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରକାଶ ।

LEAVE A REPLY

Please enter your comment!
Please enter your name here