ମୁଖ୍ୟମନ୍ତ୍ରୀ ୬ଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରରେ ବିଶୋଧନାଗାର କାର୍ଯ୍ୟକାରୀ ହେବ । ଏହି ସହର ମାନଙ୍କ ମଧ୍ୟରେ ରହିଛି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ପୁରୀ । ରାଜ୍ୟ ସଚିବାଳୟ ଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ସହର ଗୁଡିକରେ ନିର୍ମିତ ୬ଟି ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କରିଛନ୍ତି । ଦ୍ୱିତୀୟ ପର୍ୟ୍ୟାୟରେ କଟକ, ଅନୁଗୁଳ, ବାରିପଦା, ବାଲେଶ୍ୱର ଓ ଭଦ୍ରକ ଠାରେ ଆଉ ୫ଟି ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଆମ ରାଜ୍ୟରେ ନଦୀ ମାନଙ୍କର ଓ ଅନ୍ୟ ଜଳ ଉତ୍ସର ପ୍ରଦୂଷଣ ନିବାରଣ କରିବା ସହ ସହରାଂଚଳରେ ବସବାସ କରୁଥିବା ୬୦ ପ୍ରତିଶତରୁ ଅଧିକ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବ । ଏହାସହ ମୁଖ୍ୟମନ୍ତ୍ରୀ ‘ଫିକାଲ୍ ସ୍ଲଜ ଓ ସେପ୍ଟେଜ୍ ମ୍ୟାନେଜମେଂଟ’ ସମ୍ପର୍କିତ ଜାତୀୟ କର୍ମଶାଳାର ମଧ୍ୟ ଉଦଘାଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here