ଜଣେ ଲୋକର ମୃତ୍ୟୁ ଖବର ଦେବା ପାଇଁ ଓ ଜାଣିବା ପାଇଁ ଲୋକମାନେ ଏତେ ବ୍ୟାକୁଳ କଣ ପାଇଁ ? ବଞ୍ଚିଥାଉ ଥାଉ ଜଣେ ବ୍ୟକ୍ତିଙ୍କୁ କଣ ପାଇଁ ଲୋକମାନେ ଶୀଘ୍ର ମାରିଦିଅନ୍ତି ? ଏଥିରେ ସେମାନେ କୋଉ ଖୁସି ପାଆନ୍ତି ? ଖୁସି ଲାଗେ ଏଥିପାଇଁ ଯେ, ଆମେ ପ୍ରଥମେ ଖବର ପୋଷ୍ଟ କରିବା । ଏବଂ ଆମଠାରୁ ସାଧାରଣ ଲୋକ ଜାଣିବେ । ହେଲେ ଯାହାକୁ ଆମେ ମିଛ ମୃତ ଘୋଷଣା କରିଥାଉ । ସେ ତ କାହାର ସମ୍ପର୍କୀୟ, କାହା ରକ୍ତର ହୋଇଥିବ ନା ? ଏମିତି ମିଥ୍ୟା ଖବରକୁ ସେ କେମିତି ସହଜରେ ଗ୍ରହଣ କରିବେ ? ଆମେ ଏଥିପାଇଁ ଏକଥା କହୁଛୁ ଯେ, ଶନିବାର ଗୁରୁତର ଅସୁସ୍ଥ ହୋଇ ପିପିଲି ବିଧାୟକ ପ୍ରଦିପ ମହାରଥୀ ଭୁବନେଶ୍ୱରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାତି ଏଗାରଟା ପାଖାପାଖି ହେବ, ଲୋକମାନେ ସୋସିଆଲ ମିଡିଆରେ ଆରମ୍ଭ କରିଦେଇଥିଲେ ଗୁଜବ । କିଛି ଟିଭି ଚାନେଲ ମଧ୍ୟ ବ୍ରେକିଂ ପକେଇବା ଆରମ୍ଭ କରିଦେଇଥିଲେ । ଆଉ ନାହାଁନ୍ତି ପ୍ରଦୀପ ମହାରଥୀ । ସବୁଠାରୁ ବଡ କଥା ହେଉଛି , କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜେ ଟୁଇଟ କରି ଶୋକପ୍ରକାଶ କରିଥିଲେ । ମାତ୍ର ଟୁଇଟ କରିବା ଆଗରୁ ନିଜ ଦଳର ବିଧାୟକଙ୍କ ଦେହାନ୍ତ ହୋଇଛି କି ନାହିଁ, ପରଖିଲେ ନାହିଁ । ଏବଂ ପଛରେ ସତ ଜାଣିବା ପରେ କ୍ଷମା ମାଗିଥିଲେ । ଜଣେ ସାଂସଦ ହୋଇ ଏମିତି ଭୂଲ କେମିତି କରିପାରିଲେ ? ମହାରଥୀଙ୍କ ଦେହାନ୍ତ ଖବରର ପ୍ରସାରଣ ପାଇଁ ହସପିଟାଲ ଆଗରେ ବି ଗଣମାଧ୍ୟମ ଟିମର ଭିଡ ଆରମ୍ଭ ହୋଇଯାଇଥିଲା । ରାତି ୨ଟା ୩୬ରେ ପ୍ରଦିପ ମହାରଥୀଙ୍କର ଦେହାନ୍ତ ହୋଇଥିଲା । ଖାଲି ପ୍ରଦିପ ମହାରଥୀଙ୍କ କଥା ନୁହେଁ, ଏମିତି ଅନେକ ଲୋକଙ୍କୁ ବଞ୍ଚିଥିବା ଅବସ୍ଥାରେ ଲୋକମାନେ ମାରିଦିଅନ୍ତି ।

LEAVE A REPLY

Please enter your comment!
Please enter your name here