ବିଶିଷ୍ଟ ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ଓ୍ବାନ ରିଅଲ ଇଷ୍ଟେଟ ମାଲିକ ତପନ ମହାନ୍ତିଙ୍କୁ ଅର୍ଥନୈତିକ ଅପରାଧ ତଦନ୍ତକାରୀ ସଂସ୍ଥା ଇଓଡବ୍ଲୁ ଆଜି ଜେରା କରିଛି । ରଘୁନାଥପୁର ଜେଡ୍ ଓ୍ବାନ ଆପାର୍ଟମେଣ୍ଟର ଗୃହ ମାଲିକ ସଂଘ ପକ୍ଷରୁ କେତେକ ଅନିୟମିତତା ନେଇ ସାତବର୍ଷ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଆପାର୍ଟମଣ୍ଟର ଫ୍ଲାଟ ହସ୍ତାନ୍ତର ବେଳେ ରିଅଲ ଇଷ୍ଟେଟ ସଂସ୍ଥା ସର୍ତ୍ତ ଖିଲାଫ କରିଥିବା ଅଭିଯୋଗ ହୋଇଥିଲା । ମାତ୍ର ଥାନାରେ ଅଭିଯୋଗ ହୋଇଥିଲେ ହେଁ ସେତେବେଳେ ଏତଲା ରୁଜୁ ହୋଇ ନ ଥିଲା । ମାତ୍ର ସାତବର୍ଷ ତଳର ଅଭିଯୋଗ ଉପରେ ହଠାତ ପୋଲିସ ସକ୍ରୀୟ ହୋଇପଡିଥିଲା ଏବଂ ଥାନାରେ ଏତଲା ରୁଜୁ କରାଯିବା ସହ ମାମଲା ଇଓଡବ୍ଲୁକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ହଠାତ ସକ୍ରୀୟ ହୋଇଉଠିବା ଏବଂ ଜେଡ୍ ଓ୍ବାନ ମାଲିକ ତପନ ମହାନ୍ତି ଓ ତାଙ୍କ ପୁଅକୁ ଡାକି ତିନିଘଣ୍ଟା କାଳ ପଚରାଉଚରା କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସମୁଦୀ ହୋଇଥିବା କାରଣରୁ ସରକାର ଇଓଡବ୍ଲୁ ଲଗାଇ ତାଙ୍କ ସମୁଦୀଙ୍କୁ ଟାର୍ଗେଟ କରି ସୌମ୍ୟଙ୍କ ଉପରେ ରାଗ ଶୁଝାଇବା ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି । ସମ୍ବାଦରେ ସୌମ୍ୟରଂଜନ ଫାଇଭ ଟି ସଚିବ ଭି.କେ. ପାଣ୍ଡିୟାନଙ୍କୁ କଟାକ୍ଷ କରିବା ଏବଂ ତାଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର କରିବା ପରେ ରାଜନୀତି ଜୋର୍ ଧରିଥିଲା । ସୌମ୍ୟରଂଜନଙ୍କ ଲଗାତର ସମାଲୋଚନା ପରେ ତାଙ୍କୁ ସମୁଦୀଙ୍କୁ ଇଓଡବ୍ଲୁ ଜେରା କରି ସରକାର ସୌମ୍ୟଙ୍କ ଉପରେ ପରୋକ୍ଷ ଆକ୍ରମଣ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here