ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ସାରା ରାଜ୍ୟର ରାଜନୀତି । ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଛନ୍ତି କି, ଆଜି ଓଡ଼ିଶା ସ୍ତବ୍ଧ । ଫକୀରମୋହନ କଲେଜର ଜଣେ ଛାତ୍ରୀ ସମସ୍ତଙ୍କୁ ନିବେଦନ କରିବା ପରେ ମଧ୍ୟ ନ୍ୟାୟ ପାଇଲେ ନାହିଁ । ବାରମ୍ବାର ଗୁହାରି କରିବା ପରେ ବି ତାଙ୍କ ଅସୁବିଧାକୁ ଶୁଣିଲେ ନାହିଁ । ଗତକାଲି ରାତି ଅଧରେ ମୃତ ସୌମ୍ୟାଶ୍ରୀଙ୍କ ଶବକୁ ପୁଲିସ ଲୁଚେଇ ନେଇଯିବାକୁ ବସିଥିଲା । ତାଙ୍କ ବାପାଙ୍କ ଅନିଚ୍ଛା ସ୍ୱତ୍ୱେ ପୁରୀରେ ନେଇ ତାର ଶେଷକୃତ୍ୟ କରି ଦେବାକୁ ବସିଥିଲେ । ଆମେ ବିରୋଧ କରିବାରୁ ତାଙ୍କ ବାପାଙ୍କ କଥା ଅନୁଯାୟୀ ଶବକୁ ଗାଁକୁ ନିଆଗଲା । କିନ୍ତୁ ଆମର ଯେଉଁ ପିଲା ବିରୋଧ କରୁଥିଲେ ତାଙ୍କୁ ଗିରଫ କରାଯାଇଛି । ଯାହାକୁ ନେଇ ସାରା ଓଡ଼ିଶାରେ ବିଜେଡି ବିକ୍ଷୋଭ କରିବ ।
ସେହିଭଳି ବିଜେଡ଼ି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସୌମ୍ୟାଶ୍ରୀ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଉ । ଏବଂ ସେ ଝିଅ କୁ କେଉଁ ଏବିଭିପିର ପିଲା ପେଟ୍ରୋଲ ଦେଲେ ତାର ତଦନ୍ତ ହେଉ ।

LEAVE A REPLY

Please enter your comment!
Please enter your name here