ମଣ୍ଡିରୁ ଧାନ ନଉଠିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଚାଷୀଙ୍କ ସ୍ବାର୍ଥ ପାଇଁ ଲଢିବ । ତେବେ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ଧାନ 72 ଘଣ୍ଟା ଭିତରେ ଉଠାଇବାକୁ ସରକାରଙ୍କୁ ମହଲତ ଦେଇଛି ବିଜେପି । ଗତକାଲି ସମ୍ବଲପୁରରେ ବିଶାଳ ଚାଷୀ ସମାବେଶ କରିବା ପରେ ଆରଡିସି ଅଫିସ ଘେରାଉ କରୁଥିବା ବେଳେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀଙ୍କ ସମେତ ପ୍ରମୁଖ ନେତାମନାଙ୍କୁ ପୋଲିସ ଗିରଫ କରିନେଇଥିଲା । ତେବେ ଧାନ ମଣ୍ଡିରୁ ନ ଉଠିବା ପର୍ଯ୍ୟନ୍ତ ନେତାମାନେ ଥାନା ଛାଡିବେ ନାହିଁ ବୋଲି କହିବା ପରେ ଅଡୁଆ ବଢିଥିଲା । ଚାଷୀ ସମସ୍ୟା ପ୍ରସଙ୍ଗ ଉପରେ ବିଜେପି ନେତାଙ୍କ ଏକ ପ୍ରତିନିଧିଦଳ ଆରଡିସିଙ୍କୁ ଭେଟି ଆଲୋଚନା କରିଥିଲେ । ମଣ୍ଡିରୁ ଧାନ ଉଠିବା ପାଇଁ ଆରଡିସିସ୍ତରରେ ଯେଉଁ ସମସ୍ୟାର ସମାଧାନ ହୋଇପାରିବ, ତାହା ଆରଡିସି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବାକି ଯେଉଁ ସମସ୍ୟାର ସମାଧାନ ସରକାରଙ୍କ ଦ୍ବାରା ହୋଇପାରିବ, ତାହା ସରକାର 72 ଘଣ୍ଟା ଭିତରେ କରିବାକୁ ବିରୋଧୀ ମହଲତ ଦେଇଛନ୍ତି । ରାଜ୍ୟ ସରକାର ବିଳମ୍ବରେ ମଣ୍ଡି ଖୋଲିଥିବା ବେଳେ ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିବା, କେଉଁଠି ଚାଷୀ ଟୋକନ ପାଇ ନଥିବା ବେଳେ ଆଉ କେଉଁଠି ଟୋକନ ପାଇ ବି ଧାନ ଦେଇପାରୁନାହାଁନ୍ତି ବୋଲି ବିଜେପି କହିଛି ।

LEAVE A REPLY

Please enter your comment!
Please enter your name here