ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାଡ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏୟାରଲିଫ୍ଟିଂ କରାଯାଇ ଭୁବନେଶ୍ବର ଅଣାଯାଉଛି । ତାଙ୍କୁ ଗୁଳି କରିଥିବା ବ୍ୟକ୍ତି
ହେଉଛନ୍ତି ପୋଲିସ ଏଏସଆଇ ଗୋପାଳ ଦାସ । ମନ୍ତ୍ରୀଙ୍କ ଉପରକୁ ସେ ଚାରି ପାଞ୍ଚ ରାଉଣ୍ଡ ଗୁଳି କରିଥିବା ଜଣାପଡିଛି । ତେବେ ବ୍ୟକ୍ତିଗତ ଆକ୍ରୋଶ ଅବା କେଉଁ କାରଣରୁ ପୋଲିସ ଅଧିକାରୀ ମନ୍ତ୍ରୀଙ୍କ ଉପରକୁ ଗୁଳି କଲେ, ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here