ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ୍ୟ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ ପିଏଏସଓ ଚିତ୍ତରଞ୍ଜନଙ୍କ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଓଡିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି ପ୍ରେସ ରିଲିଜ୍ । ଆଜିଠୁ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । ଗତକାଲି ମୃତ ଚିତ୍ତରଞ୍ଜନଙ୍କ ବଡବାପା ଓ ଭଉଣୀ ପୁରୀ ଏସପିଙ୍କୁ ଭେଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । ଚିତ୍ତରଞ୍ଜନ ଶନିବାର ଗାଁକୁ ଆସି ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇଥିଲେ । ଦୁଇଦିନ ପରେ ପୁରୀ ନୂଆ ନଈରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମାମଲାରେ ପୋଲିସ ଚିତ୍ତରଞ୍ଜନଙ୍କ ସାଙ୍ଗ ଜଗନ୍ନାଥ ଷଡଙ୍ଗୀଙ୍କ ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି । କେମିତି ହେଲା ବ୍ରହ୍ମଗିରୀର ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ । ସସପେନ୍ସରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here