ଜୟ ଜଗନ୍ନାଥ…ଜୟ ଜଗନ୍ନାଥ। ଏମିତି ଭାବେ ହକି ବିଶ୍ୱକପର ସ୍ୱାଗତ ସମାରୋହ ‘ସେଲିବ୍ରେସନ’ରେ ନିଜର ଅଭିଭାଷଣ ଆରମ୍ଭ କରି ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ହକି ବିଶ୍ୱକପ ଆୟୋଜନ ପାଇଁ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ଭାରତୀୟ ହକି ମହାସଂଘକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଉଦବୋଧନରେ କଟକ ବାରବାଟୀରେ ହେଉଥିବା ଉତ୍ସବ ପାଇଁ ଖୁସି ଥିବା ପ୍ରକାଶ କରିଛନ୍ତି। ଏଥି ସହିତ ସେ ଉପସ୍ଥିତ ଦର୍ଶକଙ୍କୁ ସେମାନେ ଖୁସି କି ବୋଲି ପଚାରିଥିଲେ।

LEAVE A REPLY

Please enter your comment!
Please enter your name here