ହରିୟାଣାରେ ବିଜେପି ସରକାର ବିରୋଧରେ ପ୍ରଚଣ୍ଡ ହାଓ୍ୱା ସତ୍ତ୍ବେ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ହାସଲ କରିଛି । ଏଥିସହିତ ହରିୟାଣାରେ ତୃତୀୟ ଥର ପାଇଁ ବିଜେପି ସରକାର ଗଢିବାକୁ ଯାଉଛି । ମୋଟ 90 ଆସନ ମଧ୍ୟରୁ ବିଜେପି ଏକାକୀ 48 ଆସନରେ ବିଜୟ ଲାଭ କରିଛି । ପୂର୍ବରୁ ଏକଜିଟ ପୋଲ୍ ରିପୋର୍ଟରେ ହରିୟାଣାରେ କଂଗ୍ରେସ ସପକ୍ଷରେ ଜନମତ ରହିଛି ବୋଲି କୁହାଯାଉଥିଲା । ମାତ୍ର ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରିଛି ବିଜେପି । ସରକାର ବିରୋଧରେ ପ୍ରଚଣ୍ଡ ଜନମତ ଥିବାରୁ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପି ନେତୃତ୍ବ ମୁଖ୍ୟମନ୍ତ୍ରୀ ବଦଳାଇ ଦେଇଥିଲେ । ମନୋହର ଲାଲ ଖଟ୍ଟରଙ୍କୁ ହଟେଇ ନାୟବ ସିଂ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ବିଜେପି ନେତୃତ୍ବର ଏହି ନିଷ୍ପତ୍ତି ନିର୍ବାଚନରେ କାମ ଦେଇଛି । ତୃତୀୟ ଥର ପାଇଁ ବିଜେପି କ୍ଷମତାସୀନ ହୋଇଛି । ପ୍ରଥମଥର ପାଇଁ ହରିୟାଣାରେ ଗୋଟିଏ ଦଳ ଲଗାତାର ଭାବେ ତୃତୀୟ ଥର କ୍ଷମତା ଦଖଲ କରିବା ପ୍ରଥମ ।

ସେହିପରି ଜମ୍ମୁ କାଶ୍ମୀରରେ 370 ଧାରା ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନରେ ଏନସି-କଂଗ୍ରେସ ମେଣ୍ଟକୁ ବହୁ ମତ ମିଳିଥିଲେ ହେଁ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । 90 ଆସନ ବିଶିଷ୍ଟ ବିଧାନସଭାରେ ମେଣ୍ଟକୁ 49 ଆସନ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର 6ଟି ଆସନ ମିଳିଛି । ନିର୍ବାଚନରେ ବିଜେପିକୁ ମାତ୍ର 29ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । 20214ରେ ବିଜେପି ସହ ମେଣ୍ଟ କରି ପିଡିପି ସରକାର ଗଢିଥିଲା । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁପତିଙ୍କ ପିଡିପିକୁ ମାତ୍ର 3ଟି ଆସନ ମିଳିଛି ।

LEAVE A REPLY

Please enter your comment!
Please enter your name here