ପିଲାଙ୍କ ଦାୟିତ୍ବ ନେବେ ଶିକ୍ଷକ । ଛାତ୍ରଛାତ୍ରୀ କେମିତି ପରୀକ୍ଷା ଦେବେ, ତାହା ସୁନିଶ୍ଚିତ କରିବେ ଶିକ୍ଷକ । ୟୁଜି, ପିଜି ପରୀକ୍ଷା ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ବିଶ୍ବବିଦ୍ୟାଳୟରେ ମେଣ୍ଟରିଂ ସିଷ୍ଟମ କରାଯିବ । ଅର୍ଥାତ୍ କଲେଜରେ ଗୋଟିଏ କ୍ଲାସରେ ଯେତିକି ପିଲା ଅଛନ୍ତି, ସେମାନଙ୍କୁ ଅଧ୍ୟାପକଙ୍କ ଦ୍ବାରା ବଣ୍ଟନ କରାଯିବ । ସେଇ ଅଧ୍ୟାପକମାନେ ପିଲାଙ୍କର ଦାୟିତ୍ୱ ନେବେ । ପିଲାମାନେ କିଭଳି ପରୀକ୍ଷା ଦେବେ ସେନେଇ ସୁନିଶ୍ଚିତ କରିବେ ସମ୍ପୃକ୍ତ ଅଧ୍ୟାପକମାନେ । ପିଲାମାନଙ୍କ ମେଣ୍ଟର୍ ଦାୟିତ୍ୱ ଶିକ୍ଷକମାନଙ୍କୁ ଦେବାକୁ ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦିଷ୍ଟ କଲେଜର ଶିକ୍ଷକ ଓ ଛାତ୍ରସଂଖ୍ୟା ଦେଖି ମେଣ୍ଟର୍ ବ୍ୟବସ୍ଥା ହେବ ।

LEAVE A REPLY

Please enter your comment!
Please enter your name here