ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାପରତିଭାବେ ଶପଥ ଗ୍ରହଣ କରିଛନ୍ତି ବିଚାପରତି ଶତ୍ରୁଘ୍ନ ପୂଜାହାରୀ ଓ ଅକ୍ଷୟ କୁମାର ମିଶ୍ର. ଏହି ଦୁଇ ନୂଆ ବିଚାପରିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ. ଏହି ଶପଥପାଠ ଉତ୍ସବ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଅତି ଗୋପନୀୟତାର ସହ କରାଯାଇଛି ଯେଉଁଥିରେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସହ ହାଇକୋର୍ଟର ବରିଷ୍ଠ ବିଚାରପତି ମାନେ ଉପସ୍ଥିତ ଥିଲେ. ତେବେ ହାଇକୋର୍ଟରେ ରେଜିଷ୍ଟ୍ରର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ଡଃ. ଅକ୍ଷୟ କୁମାର ମିଶ୍ରଙ୍କୁ ବିଚାରପତିଭାବେ ନିଯୁକ୍ତି ମିଳିବା ସହ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଥିବା ଶତ୍ରୁଘ୍ନ ପୂଜାହାରୀଙ୍କୁ ବିଚାରପତି ଭାବେ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିବା ସୂଚନା ରହିଛି.

LEAVE A REPLY

Please enter your comment!
Please enter your name here