ମେଡିକାଲ ଭିତରେ ଚାଲିଛି ଝଡାଫୁଙ୍କା । ମରିଯାଇଥିବା ଲୋକଟିକୁ ବଞ୍ଚାଇବାକୁ ପ୍ରୟାସ । ଘର ଲୋକଙ୍କ ବିଶ୍ବାସ ଗୁଣିଆ ଝଡାରେ ବଞ୍ଚିଯିବ ପୁଅ । ଏମିତି ପ୍ରୟାସ ପରିବାର ପକ୍ଷରୁ ଆରମ୍ଭ ହୋଇଛି । ଦେଖନ୍ତୁ ଝଡାଫୁଙ୍କାରେ ବ୍ୟସ୍ତ ଗୁଣିଆ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶବଗୃହରେ ଆଜି ଦେଖିବାକୁ ମିଳିଥିଲାି ଏଭଳି ଅଭାବନୀୟ ଦୃଶ୍ୟ । କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଅନ୍ଧବିଶ୍ୱାସରେ ବାନ୍ଧି ହୋଇ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ବଞ୍ଚାଇବାକୁ ପରିବାର ଲୋକେ ପ୍ରୟାସ କରିଥିଲେ । କାଲି କେସିଙ୍ଗା ଡୁମେରିମୁଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କୁ ସାପକାମୁଡ଼ି ଥିଲା । ପରେ ମେଡ଼ିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ଶବଗୃହରେ ରଖାଯାଇଥିଲା । କିନ୍ତୁ ପରିବାର ଲୋକେ ଗୁଣିଆ ଡକାଇ ଜବରଦସ୍ତ ଶବଗୃହ ଖୋଲାଇ ଝଡ଼ାଫୁଙ୍କା କରାଇଥିଲେ । ମାତ୍ର ଗୁଣିଆର ସବୁ ଚେଷ୍ଟା ଫେଲ୍ ମାରିଥିଲା । ଶେଷରେ  ପୋଲିସ ପହଁଞ୍ଚି ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ ହୋଇଛି ।

LEAVE A REPLY

Please enter your comment!
Please enter your name here