ଗାଡିରେ ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପ୍ରଥମ ପର୍ଯ୍ୟାୟ ଅବଧି ଆଜି ଶେଷ ହେଉଥିବା ବେଳେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି । ହାଇସିକ୍ୟୁଟିଟୀ ନମ୍ବର ଲଗାଇବା ପାଇଁ ସ୍ଲଟ ବୁକିଂ ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିବାରୁ ସରକାର ଡେଡ୍ ଲାଇନ ଅବଧି ବଢାଇବେ । ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟ ସରକାର ଆଉ ଗୋଟିଏ ମାସ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ସ୍ଲଟ ବୁକିଂ ପାଇଁ ପୋଷ୍ଟଅଫିସ ଓ ଜନସେବା କେନ୍ଦ୍ରଗୁଡିକୁ ସାମିଲ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଆଜି ଯେଉଁ ଗାଡି ନମ୍ବରର ଶେଷ ଅକ୍ଷର 1,2,3 ଓ 4 ଥିଲା,ସେହିସବୁ ଗାଡିରେ ହାଇସିକ୍ୟୁରିଟୀ ନମ୍ବର ପ୍ଲେଟ ଲଗାଇବା ଅବଧି ଶେଷ ହେଉଥିଲା । ଆସନ୍ତାକାଲି ଠାରୁ ଏହିସବୁ ଗାଡିଗୁଡିକର କଡାକଡି ଯାଞ୍ଚ କରିବା ଏବଂ ହାଇସିକ୍ୟୁିରିଟୀ ନମ୍ବର ଲାଗି ନ ଥିବା ଗାଡିଗୁଡିକୁ ଜୋରିମାନା କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ।
ଅନଲାଇନରେ ସ୍ଲଟବୁକିଂ ପାଇଁ ସାଧାରଣ ଲୋକେ ଅସୁବିଧାର ସମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରି ଜଣେ ବସ ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିବା ପରେ ଆଜି ଶୁଣାଣୀ ହୋଇଥିଲା । ଆସନ୍ତା ଅକ୍ଟୋବର 26 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।