ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା କଟକ ଏସସିବି ମେଡିକାଲ । କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ୍ ସର୍ଜରୀରେ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଭଦ୍ରକର ଜଣେ ରୋଗୀଙ୍କର ଡାହାଣ ଆଙ୍ଗୁଠି ମେସିନରେ କଟିଯାଇଥିଲା । ଫଳରେ ରୋଗୀଙ୍କ ବାମ ଗୋଡର ଆଙ୍ଗୁଠି ନିଆଯାଇ ସର୍ଜରୀ କରାଯାଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ସହ ଏନେଇ ଆଲୋଚନା କରିଥିଲେ । ଅପରେସନ୍ ପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡ଼ିବ ବୋଲି କହିଥିଲେ ଡାକ୍ତର । ଗୋଡର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠିକୁ କଟାଯାଇ ତାହାକୁ ଯୁବକଙ୍କ ହାତର ବୁଢା ଆଙ୍ଗୁଠି କରାଯାଇଥିଲା । ଦୀର୍ଘ ସମୟ ଧରି ଅପରେସନ୍ କରିବା ପରେ ଯୋଡି ହୋଇଛି କି ନାହିଁ ତାହା ଜାଣିବା ପାଇଁ ରୋଗୀଙ୍କୁ ନିରୀକ୍ଷଣରେ ରଖାଯାଇଥିଲା । ଏଭଳି ଅପରେସନ୍ ରାଜ୍ୟରେ ପ୍ରଥମ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here