ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି. ବିଭିନ୍ନ ଦଳରେ ଯୋଗ ଓ ବିୟୋଗ ରାଜନୀତି ଚାଲିଥିବା ବେଳେ ଦୁଇ ପୁରୁଖା ନେତା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇ ନୂଆ ସାମ୍ମୁଖ୍ୟ ଗଢିଛନ୍ତି. ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ମିଶି ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଛନ୍ତି. ତେବେ ପୂର୍ବରୁ ଦାମୋଦର ରାଉତଙ୍କ ନୂଆ ଦଳରେ ବ୍ରଜ କିଶୋର ତ୍ରିପାଠୀଙ୍କ ଦଳ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖାରବେଳ-ବ୍ରଜଙ୍କ ସାମ୍ମୁଖ୍ୟ ଅଣବିଜେପି-ବିଜେଡି-କଂଗ୍ରେସ ବିରୋଧରେ ବିକଳ୍ପ ମଞ୍ଚ ପ୍ରସ୍ତୁତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି. ଖାରବେଳ କହିଛନ୍ତି, ସାମ୍ମୁଖ୍ୟକୁ ସୁଦୃଢ କରିବା ପାଇଁ ସେ ବରିଷ୍ଠ ନେତା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ କଥାବାର୍ତ୍ତା କରୁଛୁ. ତେବେ ବିଭିନ୍ନ ଦଳରୁ ବିଭିନ୍ନ ସମୟରେ ବିତାଡିତ, ନିଲମ୍ବିତ ନେତାଙ୍କୁ ନେଇ ନୂଆ ମଞ୍ଚ ତିଆରି କରିବାକୁ ଅନେକ ଥର ପ୍ରୟାସ ହୋଇଥିଲେ ମଧ୍ୟ ତଥାକଥିତ ବରିଷ୍ଠ ନେତାଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁ ତାହା ସମ୍ଭବପର ହୋଇପାରିନାହିଁ.

LEAVE A REPLY

Please enter your comment!
Please enter your name here