ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଣ୍ଡ୍ରିଉ ସାଇମଣ୍ଡସ ରବିବାର ରୋଡ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କ୍ରିକେଟ ଜଗତରେ ସାଇମଣ୍ଡସର ବହୁତ ଫ୍ୟାନ ଫଲୋର୍ସ ରହିଛନ୍ତି । ଅଷ୍ଟ୍ରେଲିଆ ଟିମର ଅଭିଜ୍ଞ ଅଙ୍ଗ ଥିଲେ ସାଇମଣ୍ଡସ ।
ତେବେ କ୍ରିକେଟ ପଡିଆକୁ ଓହ୍ଲାଇଲେ ସାଇମଣ୍ଡସ ଓଠରେ ଧଳା ରଙ୍ଗର କ୍ରିମ୍ ଲଗାଇ ଖେଳିଥାନ୍ତି । ଏହି ଧଳା ରଙ୍ଗ ହେଉଛି ଜିଙ୍କ୍ ଅକ୍ସାଇଡ । ଯାହାକି ସ୍କିନ୍ ଉପରେ ଏକ ଲେୟର ସୃଷ୍ଟି କରେ । ଏବଂ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ସ୍କିନଙ୍କୁ ସୁରକ୍ଷିତ ରଖିଥାଏ । ଏହି ରଙ୍ଗକୁ ସାଇମଣ୍ଡସ ଏଥିପାଇଁ ବ୍ୟବହାର କରନ୍ତି କାହିଁକି ନାଁ ସେ ୬ରୁ ୭ ଘଣ୍ଟା ଖରାରେ ସମୟ ବିତାଇଥାନ୍ତି । ଜଳାପୋଡାରୁ ରକ୍ଷା କରେ ଏହି ଜିଙ୍କ୍ ଅକ୍ସାଇଡ ।
୧୯୯୮ରେ ଆଣ୍ଡ୍ରିଉ ସାଇମଣ୍ଡସ ଡେବ୍ୟୁ କରିବା ପରେ ଅଷ୍ଟ୍ରେଲିଆ ପାଇଁ ୧୯୮ ୱାନ୍ ଡେ ମ୍ୟାଚ ଖେଳିଛନ୍ତି । ସେ ୫୦୮୮ ରନ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here