ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଭାରତୀୟ ଛାତ୍ରଙ୍କ ମୃତ୍ୟୁ ସଂପର୍କରେ ବୈଦେଶିକ ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଛି । ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍ ସହରରେ ଋଷ ସେନାର ଘନ ଘନ ବୋମାମାଡ ଲାଗି ରହିଛି । ମିଳିଥିବା ସୂଚନା ଅନୁଯାୟୀ ବୋମାମାଡରେ ଖାରକିଭ୍ ସହରରେ ବୋମାମାଡରେ ଏକ ବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଭାରତୀୟ ଛାତ୍ର ଜଣକ ହେଲେ କର୍ଣ୍ଣାଟକ ବେଙ୍ଗାଲୁରର 21 ବର୍ଷୀୟ ଛାତ୍ର ନବୀନ ଶେଖରପ୍ପା । ଋଷ ସେନା ଖାରକିଭ୍ ସହର ଦଖଲ ପାଇଁ କ୍ଷେପଣାସ୍ତ୍ର ମାଡ କରୁଥିବା ଜଣାପଡିଛି । ଖାରକିଭରେ 500 ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଭାରତୀୟ ଛାତ୍ର ଦେଇଥିବା ସୂଚନା ଅନୁଯାୟୀ, ପ୍ରତି ଦୁଇ ମିନିଟରେ ଥରେ ବୋମାମାଡ ହେଉଛି । ଗୋଟିଏ ପଟରେ ଯୁଦ୍ଧ ଭୟ ସେମାନଙ୍କୁ ଘାରିଥିବା ବେଳେ ଅନ୍ୟପଟରେ ସେମାନଙ୍କ ପାଇଁ ଖାଦ୍ୟ, ପାଣି ଚିନ୍ତା ବଢିଯାଇଛି ।

LEAVE A REPLY

Please enter your comment!
Please enter your name here