ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୦୩ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୮ , ଲୋକାଲ କେସ୍ ରହିଛି ୪୪୫ । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୮,୯୩୮, । ଆକ୍ଟିଭ୍ କେସ୍ ରହିଛି ୧୧,୨୩୫ । ତେବେ ଗଞ୍ଜାମରୁ ଆଜି ମଧ୍ୟ ସର୍ବାଧିକ ୨୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୨୦,କଟକରୁ ୯୭, ଗଜପତିରୁ ୭୨, ମାଲକାନଗିରିରୁ ୬୫, କୋରାପୁଟରୁ ୬୬, ଭଦ୍ରକରୁ ୫୩, ଯାଜପୁରରୁ ୪୬, ଅନୁଗୁଳ-୧୫, ବାଲେଶ୍ୱର-୨୦, ବରଗଡ-୧୨, ବଲାଙ୍ଗିର-୬, ବୌଦ୍ଧ-୩, ଦେବଗଡ-୮, ଢେଙ୍କାନାଳ-୩, ଜଗତସିଂହପୁର-୮, କଳାହାଣ୍ଡି-୪, କେନ୍ଦ୍ରାପଡା, କନ୍ଧମାଳରୁ ୧୪ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର -୧୧, ମୟୂରଭଞ୍ଜ-୧୬, ନବରଙ୍ଗପୁର-୪ , ନୟାଗଡ-୨୪, ପୁରୀ-୯ , ରାୟଗଡା-୪୫, ସମ୍ବଲପୁର-୪୦, ସୋନପୁର-୪, ସୁନ୍ଦରଗଡରୁ ୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନା ଆଜି ୧୦ ଜଣଙ୍କର ଜୀବନ ନେଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୬୯କୁ ବୃଦ୍ଧି । ଗଞ୍ଜାମରେ ୩ ପୁରୁଷ ଓ ଜଣେ ମହିଳା ଆଜି କରୋନାରେ ଆଖି ବୁଜିଛନ୍ତି । ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ୨ ମୃତକ ହେଲେ ୬୦ ବର୍ଷର ମହିଳା ଓ ଅନ୍ୟ ଜଣେ ୬୦ ବର୍ଷର ପୁରୁଷ । ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାୟଗଡାରୁ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ । ସମ୍ବଲପୁରର ମୃତକ ଜଣକ ହେଲେ ୬୭ ବର୍ଷୀୟ ପୁରୁଷ । ନୟାଗଡର ୬୫ ବର୍ଷୀୟ ପୁରୁଷ । ସୁନ୍ଦରଗଡର ୭୧ ବର୍ଷୀୟ ପୁରଷ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here